ଶୀତଋତୁ
🪴 ଏହି ଶୀତଋତୁ ରଚନାଟିକୁ ନିଜ ଖାତାରେ ଲେଖିରଖ।
ଉପକ୍ରମ – ବର୍ଷକ ବାରମାସ ଏବଂ ଛଅ ଋତୁ। ତନ୍ମଧ୍ୟରୁ ଶୀତଋତୁ ଅନ୍ୟତମ। ପୌଷ ଓ ମାଘ ମାସକୁ ଶୀତଋତୁ କୁହାଯାଏ। ହେମନୁ ଋତୁ ପରେ ଶୀତଋତୁ ଧରାପୃଷ୍ଠକୁ ଆଗମନ କରିଥାଏ। ଏହି ଋତୁରେ ପ୍ରବଳ ଶୀତ ହୋଇଥାଏ ।
ଉପକାରିତା – ଶୀତଋତୁରେ ଆକାଶ ନିର୍ମଳ ଓ ସ୍ବଚ୍ଛ ଦେଖାଯାଏ। ବାଟଘାଟ ଶୁଖୁଲା ଥାଏ। କୂଅ ଓ ପୋଖରୀର ପାଣି ନିର୍ମଳ ଓ ଶୀତଳ ଥାଏ। ଏହି ଋତୁରେ କୌଣସି ପ୍ରକାରର ସଂକ୍ରମକ ରୋଗ ହୋଇନଥାଏ । ଶୀତଋତୁ ହେଉଛି ଫସଲ ଅମଳର ସମୟ।
ଶେଷକଥା – ଶୀତଋତୁ ଖୁବ୍ ଆନନ୍ଦଦାୟକ। କାରଣ ଏହି ଋତୁରେ ପ୍ରଚୁର ଫଳମୂଳ ଓ ପନିପରିବା ଅମଳ ହୋଇଥାଏ। ଲୋକମାନେ ଖାଇପିଇ ଖୁସିରେ ରହନ୍ତି। ଏହି ଋତୁରେ ସଂକ୍ରମକ ରୋଗର ଡର ନଥାଏ। ଶୀତଋତୁରେ ପ୍ରାଣୀଜଗତ ଖୁବ୍ ଖୁସି ଓ ଆନନ୍ଦରେ ରହନ୍ତି।